ବରଗଡ଼ରେ ଚାଷୀଙ୍କ ଆନ୍ଦୋଳନ: ଧାନଗଛ ଓ ବାଇଗଣ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା
ବରଗଡ଼: ଧାନ ଚାଷ ପାଇଁ ଜଳ ଯୋଗାଣ, ବାଇଗଣର ଅଭାବୀ ବିକ୍ରି ଏବଂ ଗଭୀର ନଳକୂପକୁ ବିଦ୍ୟୁତ୍ ସଂଯୋଗ ଭଳି ସମସ୍ୟାର ସମାଧାନ ଦାବିରେ ମଙ୍ଗଳବାର ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ଶତାଧିକ ଚାଷୀ। ସଂଯୁକ୍ତ କୃଷକ ସଙ୍ଗଠନର ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ଚାଷୀମାନେ ମଲା ଧାନଗଛ ଓ ବାଇଗଣ ଧରି ନିଜ ସମସ୍ୟା ଉପସ୍ଥାପନ କରିଥିଲେ। ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ପୁଲିସ ସେମାନଙ୍କୁ ରୋକିଥିଲା।…